ତୁର୍କୀ ଏକ ପଶ୍ଚିମ ଏସିଆ ଓ ଦକ୍ଷିଣ ପୂର୍ବ ୟୁରୋପର ସ୍ୱାଧୀନ ଦେଶ । ଏହାର କିଛି ଅଂଶ ଯୁରୋପର ବଲକାନ ଉପଦ୍ୱୀପ ଓ କିଛି ଅଂଶ ପଶ୍ଚିମ ଏସିଆର ଆନାତୋଲିଆ ଉପଦ୍ୱିପରେସ୍ଥିତ । ଏହାର ଉତ୍ତର-ପଶ୍ଚିମ ଦିଗ ଗ୍ରୀସ୍ ଏବଂ ବୁଲଗେରିଆ,ଉତ୍ତର ଦିଗ କୃଷ୍ଣ ସାଗର ଉତ୍ତର-ପୂର୍ବ ଜର୍ଜିଆ ଦ୍ୱର ଘେରା । ସେହି ପରି ପୂର୍ବ ଦିଗ ଆର୍ମେନିଆ, ଆଜେରବାଇଜାନ ଏବଂ ଇରାନ ; ଦକ୍ଷିଣ ପୂର…ତୁର୍କୀ ଏକ ପଶ୍ଚିମ ଏସିଆ ଓ ଦକ୍ଷିଣ ପୂର୍ବ ୟୁରୋପର ସ୍ୱାଧୀନ ଦେଶ । ଏହାର କିଛି ଅଂଶ ଯୁରୋପର ବଲକାନ ଉପଦ୍ୱୀପ ଓ କିଛି ଅଂଶ ପଶ୍ଚିମ ଏସିଆର ଆନାତୋଲିଆ ଉପଦ୍ୱିପରେସ୍ଥିତ । ଏହାର ଉତ୍ତର-ପଶ୍ଚିମ ଦିଗ ଗ୍ରୀସ୍ ଏବଂ ବୁଲଗେରିଆ,ଉତ୍ତର ଦିଗ କୃଷ୍ଣ ସାଗର ଉତ୍ତର-ପୂର୍ବ ଜର୍ଜିଆ ଦ୍ୱର ଘେରା । ସେହି ପରି ପୂର୍ବ ଦିଗ ଆର୍ମେନିଆ, ଆଜେରବାଇଜାନ ଏବଂ ଇରାନ ; ଦକ୍ଷିଣ ପୂର୍ବ ଦିଗ ଇରାକ ; ଦକ୍ଷିଣରେ ସିରିଆ ଏବଂ ଭୂମଧ୍ୟସାଗର; ଏବଂ ପଶ୍ଚିମ ଏଜିଅନ୍ ସାଗର ନିକଟରେସ୍ଥିତ । ଦେଶର ପ୍ରାୟ ୭୦ରୁ ୮୦ ପ୍ରତିଶତ ନାଗରିକ ତୁର୍କୀ ସମ୍ପ୍ରଦାୟର ବୋଲି ପରିଚିତ ଏବଂ ୧୫ରୁ ୨୦ ପ୍ରତିଶତ କୁର୍ଦ୍ଦ ସମ୍ପ୍ରଦାୟର । ଉଭୟ ୟୁରୋପ ଏବଂ ଏସିଆରେ ବିସ୍ତୃତ ଇସ୍ତାନବୁଲ, ଦେଶର ବୃହତ୍ତମ ସହର ଏବଂ ଆଙ୍କାରା ଏହାର ରାଜଧାନୀ ଅଟେ ।